100+ ଓଡ଼ିଆ ପ୍ରତିଶବ୍ଦ ତାଲିକା (List of Odia Pratisabda) - Synonyms of Odia Words

ପ୍ରତିଶବ୍ଦ ବା ପର୍ୟ୍ୟାୟବାଚକ (Synonyms of Odia Words) ଶବ୍ଦ କାହାକୁ କୁହାଯାଏ?

ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ। ଏ ପ୍ରକାର ଶବ୍ଦମାନଙ୍କୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ। ଆମ ଭାଷାରେ ପ୍ରଚଳିତ କେତୋଟି ପ୍ରତିଶବ୍ଦ ସଂପର୍କରେ ସୂଚନା ନିମ୍ନରେ ଦିଆଗଲା।




ପ୍ରତିଶବ୍ଦ ବା ପର୍ୟ୍ୟାୟବାଚକ ଶବ୍ଦ (Synonyms of Odia Words)

ବିଭାଗ - କ
ଶବ୍ଦ ପ୍ରତିଶବ୍ଦ

ଅମ୍ବର

ଆକାଶ, ଗଗନ, ବ୍ୟାେମ, ନଭ, ଅନ୍ତରୀକ୍ଷ

ଅଗ୍ନି

ଅନଳ, ହୁତାଶନ, ଚିତ୍ରଭାଲୁ, ବହ୍ନି, ବୈଶ୍ୱାନର, ନିଆଁ, ବୃହଦ୍ ଭାନୁ, ଜ୍ୱଳନ, କୃପୀଟଯୋନି, ସପ୍ତଜିହ୍ୱ

ଅସୁର

ରାକ୍ଷାସ, ଦନୁଜ, ଦାନବ, ଦୈତ୍ୟ, କର୍ବୁର, କୌଣପ, ନିଶାଚର, ଯାତୁଧାନ

ଗାଈ

ଧେନୁ, ଗାଭୀ, ଗୋମାତା

ଘର

ଗୃହ, ଭବନ, ସଦନ, ଆଗାର, ଆଳୟ, ନିକେତନ, ନିଳୟ, ନିବାସ

ଘୋଡ଼ା

ଘୋଟକ, ତୁରଙ୍ଗ, ତୁରଗ, ତୁରଙ୍ଗମ, ଅଶ୍ୱ, ହୟ, ବାଜି

ଚକ୍ଷୁ

ନୟନ, ନେତ୍ର, ଲୋଚନ, ଆଖି

ଚନ୍ଦ୍ର

ଜହ୍ନ, ଚନ୍ଦ୍ରମା, ଇନ୍ଦୁ, ମୃଗାଙ୍କ, ଶଶାଙ୍କ, କଳାକର, ନିଶାକର, ସୁଧାକର, ଶୀତାଂଶୁ, ହିମାଂଶୁ, ଶଶୀ, ବିଧୁ, ଚାନ୍ଦ, ସିତାଂଶୁ, କଳାନିଧି

ଜଳ

ନୀର, ବାରି, ସଲିଳ, ଅମ୍ୱୁ, ପୟଃ, ତୋୟ, ଉଦକ, ଜୀବନ

ଦେବତା

ଦେବ, ଅମର, ସୁର, ବିବୁଧ, ତ୍ରିଦଶ, ଆଦିତେୟ, ଦିବିଷଦ

ନଦୀ

ତଟିନୀ, ତରଙ୍ଗିଣୀ, ସରିତ, ନିମ୍ନଗା, ସ୍ରୋତସ୍ୱିନୀ, ପୟସ୍ୱିନୀ

ପୃଥିବୀ

ଧରଣୀ, ଅବନୀ, ମହୀ, ମେଦିନୀ, ଧରିତ୍ରୀ, ବସୁମତୀ, ବସୁନ୍ଧରା, ବିଶ୍ୱମ୍ଭରା, ଧରା, ରସା, କ୍ଷମା

ପକ୍ଷୀ

ବିହଗ, ବିହଙ୍ଗମ, ବିହଙ୍ଗ, ଖଗ, ଦ୍ୱିଜ, ଖେଚର, ଅଣ୍ଡଜ

ପବନ

ବାତ, ସମୀର, ସମୀରଣ, ଅନିଳ, ବାୟୁ, ଗନ୍ଧବହ, ପ୍ରଭଞ୍ଜନ, ପବମାନ, ମରୁତ


ପ୍ରତିଶବ୍ଦ ବା ପର୍ୟ୍ୟାୟବାଚକ ଶବ୍ଦ (Synonyms of Odia Words)

ବିଭାଗ - ଖ
ଶବ୍ଦ ପ୍ରତିଶବ୍ଦ

ପର୍ବତ

ଗିରି, ଅଚଳ, ଶୈଳ, ଭୂଧର, ମହୀଧର, ଶିଖରୀ, କୁଧର, ଗୋତ୍ର

ପଦ୍ମ

ପଙ୍କଜ, ସରୋଜ, କମଳ, ନଳିନୀ, ସାରସ, ରାଜୀବ, ଅରବିନ୍ଦ, ତାମରସ, ବାରିଜ, ବନଜ, ସରସିଜ, ପଙ୍କେରୁହ, ଉତ୍ପଳ, ନଳିନ, ଅବ୍ଜ, ଅମ୍ୱୁଜ, ଅମ୍ଭୋଜ

ପିତା

ଜନକ, ତାତ, ବାପା

ପୁତ୍ର

ସୁତ, କୁମର, ତନୟ, ଆତ୍ମଜ, ନନ୍ଦନ

ପୋଖରୀ

ସର, ସରସୀ, ତଡ଼ାଗ, ପୁଷ୍କରିଣୀ, ସରୋବର, କାସାର

ପ୍ରଭାତ

ଉଷା, ପ୍ରତ୍ୟୁଷ, ପ୍ରାତଃ

ଫୁଲ

ସୁମନ, କୁସୁମ, ପୁଷ୍ପ, ପ୍ରସୂନ

ବନ

କାନନ, ବିପିନ, ଅରଣ୍ୟ, ଜଙ୍ଗଲ, ଅଟବୀ

ବୃକ୍ଷ

ପାଦପ, ଦ୍ରୁମ, ତରୁ, ମହୀରୁହ, ବିଟପୀ

ବିଜୁଳି

ବିଦ୍ୟୁତ୍, ତଡ଼ିତ୍, କ୍ଷଣପ୍ରଭା, ଚପଳା, ଚଞ୍ଚଳା, ସୌଦାମିନୀ, ସୌଦାମନୀ

ମାଙ୍କଡ଼

ମର୍କଟ, କପି, ବାନର, ଶାଖାମୃଗ, ପିଙ୍ଗ, ପ୍ଲବଗ

ମେଘ

ବାରିଦ, ନୀରଦ, ଜଳଦ, ଘନ, ଜଳଧର, ଜୀମୂତ, ପୟୋଗ, ବଳାହକ, ବାରିବାହ


ପ୍ରତିଶବ୍ଦ ବା ପର୍ୟ୍ୟାୟବାଚକ ଶବ୍ଦ (Synonyms of Odia Words)

ବିଭାଗ - ଗ
ଶବ୍ଦ ପ୍ରତିଶବ୍ଦ

ମୟୂର

ଶିଖୀ, କେକୀ, କଳାପୀ, ବର୍ହୀ

ମନୁଷ୍ୟ

ମାନବ, ମନୁଜ, ନର, ମଣିଷ

ରାତ୍ରି

ରଜନୀ, ଯାମିନୀ, ନିଶା, ନିଶିଥିନୀ, ଶର୍ବରୀ, ବିଭାବରୀ, କ୍ଷପା, ନକ୍ତ, କ୍ଷଣଦା

ସୂର୍ୟ୍ୟ

ରବି, ତପନ, ଭାସ୍କର, ଦିନକର, ଦିବାକର, ଦିନନାଥ, ପ୍ରଭାକର, ଆଦିତ୍ୟ, ଦିନମଣି, ମିହିର, ସବିତା, ସହସ୍ରାଂଶୁ, ଅଂଶୁମାଳୀ, ମାର୍ତ୍ତଣ୍ଡ, ଭାନୁ, ବିକର୍ତ୍ତନ, ବିବସ୍ୱାନ

ସଂସାର

ଜଗତ୍, ବ୍ରହ୍ମାଣ୍ଡ, ବିଶ୍ୱ, ଭୁବନ

ସମୁଦ୍ର

ସାଗର, ସିନ୍ଧୁ, ଜଳଧି, ବାରିଧି, ଉଦଧି, ରତ୍ନାକର, ଅମ୍ୱୁଧି, ବାରାନିଧି, ପାରବାର, ଅର୍ଣ୍ଣବ, ପ୍ରୟୋଧି, ପୟୋନିଧି, ଜଳନିଧି, ଅମ୍ବୋଧି, ସରିତ୍ ପତି, ଅମ୍ଭୋନିଧି

ସାପ

ବିଷଦର, ଭୁଜଗ, ଭୁଜଙ୍ଗ, ଉଜଙ୍ଗମ, ଫଣୀ, ଅହି, ଚକ୍ଷୁଶ୍ରବା, କୁଣ୍ଡଳୀ

ସିଂହ

କେଶରୀ, ପଶୁରାଜ, ମୃଗେନ୍ଦ୍ର, ମୃଗପତି, କଣ୍ଠୀରବ, ପଞ୍ଚାସ୍ୟ

ସନ୍ଧ୍ୟା

ପ୍ରଦୋଷ, ନିଶାମୁଖ, ସାୟଂକାଳ

ହସ୍ତୀ

କରୀ, ଗଜ, ବାରଣ, ଦନ୍ତୀ, ମାତଙ୍ଗ, ଦ୍ୱିରଦ, ସାରଙ୍କ, କୁଞ୍ଜର ଦ୍ୱିପ, ଅନେକପ

ଓଡ଼ିଆ ପ୍ରତିଶବ୍ଦର ପ୍ରଶ୍ନାବଳୀ (Odia Pratisabda Questions)

  1. ସମୁଦ୍ରର ଦୁଇଟି ପ୍ରତିଶବ୍ଦ ଲେଖ
  2. ଶାଖାମୃଗ କାହାର ପ୍ରତିଶବ୍ଦ ଅଟେ?
  3. ମାଙ୍କଡ଼ର ପ୍ରତିଶବ୍ଦ କଣ?
  4. ଜଳ ଓ ଚନ୍ଦ୍ରର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ?
  5. ରାତ୍ରିର ପର୍ଯ୍ୟାୟବାଚକ ଶବ୍ଦ କୁହ?
Dear Readers,
If there are some typos, please bring out to our notice and if you have more ଓଡ଼ିଆ ପ୍ରତିଶବ୍ଦ then add this in comment section



Source of this Information: Odia Grammar Book (10th Class)

2 Comments

Please Comment & Share to Support us - Thank You
ଦୟାକରୀ ନିଜର ମତାମତ ଦିଅନ୍ତୁ ଓ ସେୟାର କରି ସହଯୋଗ କରନ୍ତୁ - ଧନ୍ୟବାଦ
कृपया हमें समर्थन करने के लिए टिप्पणी करें और शेयर करें - धन्यवाद

  1. ସାର୍ ଆହୁରି ପ୍ରତିଶଦ୍ଦ ଛାଡନ୍ତୁ

    ReplyDelete
Previous Post Next Post

Responsive Ad